ଭୁବନେଶ୍ବର(ଏସ୍ ନ୍ୟୁଜ): ରାଜଭବନ ନିକଟ ପେଟ୍ରୋଲପମ୍ପରେ ବିସ୍ଫୋରଣ ଘଟଣାକୁ ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଆଇଓସିଏଲ। ଏଣିକି ସବୁ ପେଟ୍ରୋଲ ପମ୍ପରେ ସତର୍କ ସୂଚନା ଥିବା ଫ୍ଲେକ୍ସ ବୋର୍ଡ଼ ଲଗାଯାଇଛି । କେବଳ ଇଣ୍ଡିଆନ୍ ଅଏଲ୍ ନୁହେଁ ବରଂ ସବୁ ତୈଳ କମ୍ପାନୀର ପେଟ୍ରୋଲପମ୍ପରେ ସର୍ତକ ସୂଚନା ଲଗାଯାଇଛି ।
ଗ୍ରାହକଙ୍କ ସୁରକ୍ଷା ପାଇଁ ମୋବାଇଲ୍ ଫୋନରେ କଥାବାର୍ତା ବାରଣ କରନ୍ତୁ। କର୍ମଚାରୀ ମାନେ ତାଗିଦ୍ କରୁଛନ୍ତି। ସେହିପରି ଗ୍ରାହକ ମାନଙ୍କୁ ବୋତଲ କିମ୍ବା ଜାରରେ ପେଟ୍ରୋଲ ଦିଆଯାଇ ପାରିବ ନାହିଁ । ପେଟ୍ରୋଲପମ୍ପ କର୍ମଚାରୀ ଯେପରି କାହାକୁ ଖୋଲା ପେଟ୍ରୋଲ ନଦିଅନ୍ତି ସେନେଇ କଡା ନଜର ରଖାଯାଉଛି । ଏଥିସହିତ ପେଟ୍ରୋଲପମ୍ପ ପରିସରରେ ଧୂମ୍ରପାନ ନକରିବାକୁ ପରମାର୍ଶ ଦିଆଯାଇଛି। ସତର୍କ ସୂଚନା ବୋର୍ଡ଼ ଅନୁଯାୟୀ, ଗାଡିରେ ତେଲ ପକାଇବା ସମୟରେ ଗାଡିର ଇଞ୍ଜିନକୁ ବନ୍ଦ ରଖିବା ସହ ଅଯଥାରେ ଗାଡିକୁ ଆଗ ପଛ କରନ୍ତୁ ନାହିଁ।
ସୂଚନାଥାଉକି, ଗତମାସ ୭ ତାରିଖରେ ରାଜଭବନ ନିକଟ ପେଟ୍ରୋଲପମ୍ପରେ ଗ୍ୟାସ ଟାଙ୍କି ଫାଟି ଭୟଙ୍କର ବିସ୍ପୋରଣ ହେଇଥିଲା।