ପାଟଣା ବ୍ଲକ “ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ “ରେ 6 କୋଟି ରୁ ଉର୍ଦ୍ଧ ଟଙ୍କା ର ଘୋଟାଲା

ଶିକ୍ଷା ଅନୁଷ୍ଠାନ ପାଇଁ ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା…

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା “ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ” ରେ ଏକ ଚାଞ୍ଚଲ୍ୟକର ଘୋଟାଲା ଯାହାକି 6 କୋଟି ରୁ ଉର୍ଦ୍ଧ ହବ, ଯାହା ଲୋକଲୋଚନ କୁ ଆସିଛି । ଏଥିରେ କଲେଜ ର ପୂର୍ବତନ କମିଟିର ସଦସ୍ୟ ଗଣ, ଅଂଚଳର ସମସ୍ତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ତଥା ଅଞ୍ଚଳବାଶୀ ଏକଯୋଟ ହୋଇ ଉପଜିଲ୍ଲାପାଳ ତଥା କଲେଜ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ଦଳେଇ ଙ୍କ ପାଖରେ ଅଭିଯୋଗ କରିଛନ୍ତି ଏବଂ ଭିଜିଲାନ୍ସ ବିଭାଗ ଚେକିଂ କରି ପ୍ରକୃତ ତଥ୍ୟ ଲୋକଲୋଚନ କୁ ଆଣିବାକୁ ଦାବି କରିଛନ୍ତି ।

ସ୍ୱାମପାଟଣା ଅଞ୍ଚଳବାସୀ ଙ୍କର ଏବଂ ବିଶେଷ କରି ପୂର୍ବତନ ପାଟଣା ବ୍ଲକ ଅଧକ୍ଷ୍ୟ “ବିଦ୍ୟାଧର ଦାଶ,” ସ୍ବର୍ଗତ ସ୍ୱାଧୀନତା ସଂଗ୍ରାମୀ, ଦେଶସେବକ “କାଁନ୍ହୁ ଚରଣ ଦାଶ”ଙ୍କ ଅକ୍ଲାନ୍ତ,ତଥା କଠିନ ପରିଶ୍ରମ ରେ ଆଜି ମୁଣ୍ଡ ଟେକିଛି ଉକ୍ତ ମହାବିଦ୍ୟାଳୟ । ଯେଉଁଠାରେ ଆଜି ବିଭିନ୍ୟ ସ୍ଥାନରୁ 2000 ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିବାର ସୁଯୋଗ ପାଇପାରୁଛନ୍ତି ।

ଏହିଭଳି କଲେଜ ର ” ଅର୍ଥରାଶି ” ଅଵ୍ୟଵସ୍ଥିତ ରହିଛି। ଶିକ୍ଷା ଅନୁଷ୍ଠାନ ପାଇଁ ଏହା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ଏଣୁ “ଭିଜିଲାନ୍ସ ଇନକୁଆରୀ ” କରି ବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ଏବଂ ଆଗାମୀ ଦିନରେ କଲେଜ ରେ ଥିବା ସମସ୍ତ ସମସ୍ୟା କୁ ଦୂର ନକଲେ ରାଜରାସ୍ତାକୁ ଉଲ୍ହାଇବାକୁ ଜନସାଧାରଣ ଚେତାବନୀ ଦେଇଛନ୍ତି । କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।