ଚାନ୍ଦବାଲି, (ଏସ୍ ନ୍ୟୁଜ): ଭଦ୍ରକ ଜିଲ୍ଲା ଆରଡି ମୁଆଁ ଗାଁରେ ଥିବା ବିଦ୍ୟାଳୟ ବାରଣ୍ଡାରେ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ପଡିରହିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଗାଁ ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ଆରଡି ଓ ଆଖପାଖ ଅଞ୍ଚଳରେ ଏହି ବୃଦ୍ଧ ଜଣଙ୍କ ବୁଲାବୁଲି କରି ସନ୍ଧ୍ୟାରେ ଆସି ଏହି ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଉଥିଲେ । ହେଲେ ବୃଦ୍ଧ ଜଣଙ୍କ ଚେତାଶୂନ୍ୟ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏପରି ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି ।