ଫୁଲବାଣୀ, (ଏସ୍ ନ୍ୟୁଜ୍) : ସ୍କୁଲ ଖୋଲୁ ଖୋଲୁ ବାହାରିଲା କରୋନା ପଜିଟିଭ । ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଫଳରେ ହାଇସ୍କୁଲକୁ ସାନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ଫଳରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ପିଲା ସୁସ୍ଥ ଥିବା କଥା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୁକେଶ ଡ଼ୁଗଲ ସୂଚନା ଦେଇଛନ୍ତି । ଆସନ୍ତା ୧୫ ତାରିଖ ଯାଏ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।