ଭୁବନେଶ୍ୱର(ଏସ୍ ନ୍ଯୁଜ): ବତ୍ତର୍ମାନ ରାଜ୍ୟରେଖୋଲିବ ନାହିଁ ସ୍କୁଲ। ଏଇ ମାସରେ ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି।
କରୋନାର ଦ୍ୱିତୀୟ ଲହରୀ ଡିସେମ୍ବରରେ ଆସିବା ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ଲାଇନ୍କୁ ଅପେକ୍ଷା କରାଯାଇଛି।ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଏହାସହ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ ବହୁମାତ୍ରାରେ ସଂକ୍ରମିତ ହୋଇଥିଲେ। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଲହରୀ ସଂକ୍ରମଣକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସତର୍କ ପରେ ହିଁ ଏଭଳି ନିଷ୍ପତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।
ସୂଚନାଯୋଗ୍ୟ କି, ଚଳିତ ମାସରେ ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ କିଛିଦିନ ତଳେ ରାଜ୍ୟ SOP ନିର୍ଦ୍ଦେଶ ସହ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ ବୋଲି ମନ୍ତ୍ରୀ କହିଥିଲେ।ତେବେ ଯଦି ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନ ହୁଅନ୍ତି, ତାହାହେଲେ ଅନ୍ଲାଇନ୍ କ୍ଲାସ୍ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ।