ସ୍କୁଟି-ବାଇକ୍ ଧକ୍କା; ୨ମୃତ

ଜି ଉଦୟଗିରି: ଜି ଉଦୟଗିରି ଥାନା ଲିଙ୍ଗଗଡ ପଞ୍ଚାୟତ ଅନ୍ତର୍ଗତ ନିଲୁଙ୍ଗିଆ ଘାଟି ବୁଲାଣି ନିକଟରେ ସ୍କୁଟି ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣପଡିଛି । ଆଜି ୧୦ମ ପିଲାଙ୍କ ପରୀକ୍ଷା ଚାଲିଥିବାବେଳେ ସ୍କୁଟିରେ ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ ୩୩  ଓ କିରାଣି ବିମଳା ପ୍ରଧାନ ୪୦ ଲୀଙ୍ଗାଗଡ ବାଳିକା ବିଦ୍ୟାଳୟକୁ ଯାଉଥିଲେ । ସେହି ସମୟରେ ଅନ୍ୟପଟୁ ଆସୁଥିବା ପଲସର ବାଇକ୍‌ ମୁହାମୁହିଁ ଧକ୍କା ହୋଇଥିଲା । ପରେ ସମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟ ଶିକ୍ଷୟିତ୍ରୀ ଓ କିରାଣିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।