କାଠ ମିଲ ଉପରେ ବନବିଭାଗ ର ଚଢ଼ାଉ ବିଫୁଳ ପରିମାଣ ର ବେଆଇନ କାଠ ଗଣ୍ଡି ଓ ପଟା ଜବତ।

ଗଞ୍ଜାମ : ବନ ବିଭାଗକୁ ବଡ଼ ସଫଳତା ।ଦକ୍ଷିଣ ଘୁମୁସର ବନଖଣ୍ଡ ବଡ଼ଗଡ଼ ବନାଞ୍ଚଳ ଅଧୀନ ଗାଙ୍ଗପୁର ଗ୍ରାମରେ ବନ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ । ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ଚଢ଼ାଉ କରି ବିଫୁଳ ପରିମାଣର ବହୁ ମୂଲ୍ୟବାନ ବେଆଇନ କାଠ ଜବତ ।

ଆଜି ସକାଳୁ ସକାଳୁ ଗାଙ୍ଗପୁର ଗ୍ରାମରେ ବନ ବିଭାଗର ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୋଲିସ ର ମିଳିତ ସହଯୋଗରେ ଚଢ଼ାଉ ହୋଇଥିଲା । ତିନଟି କାଠ ମିଲ୍ ଉପରେ ଏକାକାଳୀନ ଚଢ଼ାଉ ହୋଇଥିଲା । ମିଲ୍ ରୁ ବିଫୁଳ ପରିମାଣର ଶାଳ, ପିଆଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି ଓ ପଟା ଜବତ ହୋଇଛି । ଏହା ସହ ମିଲ୍ ର କାଠ କଟା ଯାଉଥିବା ତିନଟି ମେସିନକୁ ମଧ୍ୟ ଜବତ କରିଛି ।

ପାଞ୍ଚଟି ଟ୍ରାକ୍ଟର ଯୋଗେ କାଠ ଓ ଯନ୍ତ୍ରାଂଶଗୁଡିକୁ ବନ କାର୍ଯ୍ୟାଳୟକୁ ଅଣାଯାଇଛି । ଜବତ କାଠ ଓ ସାମଗ୍ରୀର ମୂଲ୍ୟ କୋଡ଼ିଏ ଲକ୍ଷ ଟଙ୍କା ହବ ବୋଲି ଅନୁମାନ କରାଯାଉଛି ।ଚଢ଼ାଉ ହବା ଖବର ପାଇ କାଠ ମାଫିଆମାନେ ଗାଁରୁ ଛତ୍ର ଭଙ୍ଗ ଦେଇଥିଲେ । ତଦନ୍ତ କରାଯାଇ କାଠମିଲ୍ ପ୍ରକୃତ ମାଲିକଙ୍କ ନାମରେ ଏତଲା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।