ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ରୁମ୍ରେ ସେକ୍ସ ର୍ୟାକେଟ୍ ଚାଲିଥିବା ବେଳେ କମିଶନରେଟ୍ ପୋଲିସ ଏହାକୁ ଠାବ କରିବାରେ ସଫଳ ହୋଇଛି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୮ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାରେ ଓୟୋର ମାଲିକ ଫେରାର ହୋଇଯାଇଛନ୍ତି । ପୋଲିସ ଏହି ରୁମ୍ରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଉକ୍ତ ହୋଟେଲର ମାଲିକ ବଙ୍ଗୀୟ ଯୁବତୀଙ୍କୁ ଏଠାରେ ରଖି ଏଭଳି କାର୍ଯ୍ୟରେ ଲିପ୍ତ ରହିଥିଲା ।