ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଂଚୋ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ ରଖି କାମ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ, ବ୍ରିଜ୍‌ ଖୋଲାଯିବା ଫଳରେ ସ୍ଥାନୀୟ ଅଂଚଳର ଯାତାୟାତରେ ବଡ଼ ସୁବିଧା ମିଳିବ।

ଏହି ଓଭରବ୍ରିଜ୍‌ ଚାଲୁ ହେବା ସହିତ ଆନନ୍ଦପୁର ଓ ପାଖପାଖି ଅଂଚଳର ଯାତାୟାତ ବ୍ୟବସ୍ଥାରେ ନୂତନ ଗତି ଆସିବାକୁ ନେଇ ଆଶା ବ୍ୟକ୍ତ ହୋଇଛି। ବିଶେଷ କରି ରାଜପଥ ୧୬ ଉପରେ ଦୀର୍ଘଦିନ ଧରି ଘଟୁଥିବା ଯାତାୟାତ ଜାମ ଓ ଦୁର୍ଘଟଣାର ସମସ୍ୟା ହ୍ରାସ ପାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଉଲ୍ଲେଖନୀୟ ଯେ, ଏହି ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ହେବାରୁ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଥିଲା ଏବଂ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଘଟଣା ମଧ୍ୟ ରହିଛି। ତେଣୁ ବ୍ରିଜ୍‌ ଶୀଘ୍ର ଚାଲୁ କରାଯିବାକୁ ସାଧାରଣ ଲୋକଙ୍କ ଦାବି ଜୋରଦାର ହୋଇଥିଲା।