ସାକ୍‌ସୀ ୱାର୍ଲଡ ଆସୋସିଏସନ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାଦଶ ସ୍ୱନକ୍ଷତ୍ର ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସାକ୍ସୀ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦ୍ୱାଦଶ ସ୍ୱନକ୍ଷତ୍ର ପାଳିତ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ପୂର୍ବରୁ ଯୁବ ସମାଜକୁ ଗଣତନ୍ତ୍ରର ପାଠ ପଢ଼ାଇ ସାକ୍ସୀ ୱାର୍ଲଡ ପରିବାର ସମାଜର ସବୁ ବର୍ଗର ଲୋକଙ୍କ ମନକୁ ଆକର୍ଷିତ କରିପାରିଛି

ଯୁବ ସମାଜସେବୀ ବବଲୁ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଥିଲେ ମନ୍ତ୍ରରାଜ ଆଚାର୍ଯ୍ୟ ଧର୍ମରାଜ ବିଶିଷ୍ଟ ଆଇନଜୀବୀ ସୁଭାଷ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ

ଗଣତାନ୍ତ୍ରିକ ରାଷ୍ଟ୍ରର ଠାକୁରମାନଙ୍କୁ ପ୍ରଥମେ କୁକୁର ଭଳି ସଜାଗ ରହିବାକୁ ଆଚାର୍ଯ୍ୟ ଧର୍ମରାଜ ପରାମର୍ଶ ଦେଇଥିଲେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ରଥରେ ସାରଥୀ ହୋଇ ଭଗବାନ ଶ୍ରୀକୃଷ୍ଣ ଜଣାଇ ଦେଇଛନ୍ତି ଯେ ଭକ୍ତ ଭଗବାନଙ୍କ ମଧ୍ୟରେ ଜଣେ ଅନ୍ୟର ପରିପୂରକ ଜଣକ ବିନା ଅନ୍ୟ ଜଣକର ଅସ୍ତିତ୍ୱ ନାହିଁ ଅତଏବ ଗଣତନ୍ତ୍ରର ନାଗରିକମାନଙ୍କୁ ମତଦାନ ଭଳି ଗୁରୁଦାୟିତ୍ୱ ତୁଲାଇବା ପାଇଁ ଆଚାର୍ଯ୍ୟ ଧର୍ମରାଜ ପରାମର୍ଶ ଦେଇଥିଲେ

ମୁଖ୍ୟ ଅତିଥି ଆଇନଜୀବୀ ସୁଭାଷ ଚନ୍ଦ୍ର ମହାନ୍ତି ସାଧାରଣ ଜନତାଙ୍କୁ ମୌଳିକ ଅଧିକାର ମୌଳିକ କର୍ତବ୍ୟ ପ୍ରତି ସଚେତନ ରହିବାକୁ କହିଥିଲେ ମିଳିତ ପ୍ରତିବାଦ ବିନା ଗଣତନ୍ତ୍ରରେ କୌଣସି କାର୍ଯ୍ୟ ସମ୍ପାଦିତ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଯିଏ ଯେତେ ବଡ଼ ପଦବୀରେ ରହିଥାନ୍ତୁ ନା କାହିଁକି ଆଇନଠାରୁ ଉଦ୍ଧ୍ୱର୍ରେ କେହି ନୁହନ୍ତି

ସରୋଜ କୁମାର ବିଶ୍ୱାଳ ସାକ୍ସୀ ୱାର୍ଲଟ ଚାରିଟେବୁଲ ଟ୍ରଷ୍ଟର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ସଂପର୍କରେ ଅବଗତ କରିଥିଲେ ଅନସୂୟା ସାମଲ ସାକ୍ସୀ ୱାର୍ଲଡର ବିଗତ ୧୨ ବର୍ଷର ସଫଳତା ବର୍ଣ୍ଣନା କରିଥିଲେ

ଏହି ଅବସରରେ ସାକ୍ସୀ ୱାର୍ଲଡ ପରିବାର ପକ୍ଷରୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା ଟ୍ରଷ୍ଟ ସହିତ ଯୋଡ଼ି ହୋଇ ରହିଥିବା କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା