ପୁରୀ,(ଏସ୍ ନ୍ୟୁଜ): ଦୀର୍ଘ ୪ ମାସ ପରେ ଆଜିଠୁ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ ସମସ୍ତ ସାଧାରଣ ଭକ୍ତ। ଖୋଲିବ ଶ୍ରୀମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ରହିଥିବା ଉତ୍କଣ୍ଠାର ଅବସାନର ଅନ୍ତ ଘଟିଛି। ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୮ଟି ସ୍ଥାନରେ କିଓସ୍କୋରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଏଥପାଇଁ କାଠ ବ୍ୟାରିକେଡ୍ ନିର୍ମାଣଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଭିତର ବିଶୋଧନ ଆଦି କାମ ସରିଛି । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିବେ । ଦର୍ଶନାର୍ଥୀମାନେ ଦୁଇ ଡୋଜ ଟିକା କିମ୍ବା କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବେ । ଶ୍ରୀମନ୍ଦିର ଆନନ୍ଦବଜାରରେ ପ୍ରସାଦ ସେବନ କରି ପାରିବେ ନାହିଁ ଦର୍ଶନାର୍ଥୀ । ଅବଢ଼ା କିଣି ନେଇ ନେଇପାରିବେ ।
ସେହିଭଳି କୋଭିଡ୍ ମାର୍ଗଦର୍ଶିକା ମାସ୍କ ପରିଧାନ, ସମାଜିକ ଦୂରତା ରକ୍ଷା, ହାତ ଧୋଇବା ଆଦି ନିୟମ ଅନୁପାଳନ କରିବେ । ଦେଉଳ ଭିତରେ କୌଣସି ମୂର୍ତ୍ତିଙ୍କୁ ସ୍ପର୍ଶ କରି ପାରିବେ ନାହିଁ । ଦେଉଳ ଭିତରକୁ ଭୋଗ, ଫୁଲ, ତୁଳସୀ ଆଦି ନେଇ ପ୍ରବେଶ କରିବେ ନାହିଁ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମନା କଟକଣା ଜାରି କରିଛି ପ୍ରଶାସନ । ବ୍ୟାରିକେଡ ଦର୍ଶନକୁ ଶ୍ରୀମନ୍ଦିର ଭିତରେ ଗୁରୁତ୍ୱ ଦିଆଯାଉଛି