ଶ୍ରୀଜଗନ୍ନାଥ ସହସ୍ର ନାମ ଓ ସ୍ତୁତି  ସୁଆଙ୍ଗ ଗ୍ରାମ ରେ ଶ୍ରୀ ଭାଗବତ ସପ୍ତାହ ଅବସରରେ ପଠନ କରାଯାଇଛି 

ଭୁବନେଶ୍ୱର;ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ସୁରେଶ କୁମାର ମିଶ୍ର ତ୍ରିଲୋଚନ ନାୟକ ବିଜୟ ମୋହନ ପଣ୍ଡା ମୃତୁଞ୍ଜୟ ମହାନ୍ତି ଅକ୍ଷୟ ସାହୁ ଶ୍ରୀନିବାସ ରାଓ ଦୁଷ୍ମନ୍ତ ଧୀର ନିରଞ୍ଜନ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଦ୍ୱାରା ସୁଆଙ୍ଗ ଗ୍ରାମ ହେମନ୍ତ ମହାନ୍ତି ଙ୍କ ଘରେ ହେଉଥିବା ଶ୍ରୀ ଭାଗବତ ସପ୍ତାହ ଅବସରରେ ଶ୍ରୀ ଜଗନ୍ନାଥ ସହସ୍ର ନାମ ଓ ସ୍ତୁତି ପଠନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ହରେ ରାମ ହରେ ରାମ… ରାମ ରାମ ହରେ ହରେ..ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ.. ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ..ଶ୍ରୀ ଜଗନ୍ନାଥ ସହସ୍ର ନାମ,ମହାଲକ୍ଷ୍ମୀ ଅଷ୍ଟକମ,ଗୀତ ଗୋବିନ୍ଦ ର ଶ୍ରୀତ କମଳ..ମିଳିତ ଭାବେ ବୋଲା ଯାଇ ଥିଲା ବିଗତ ଦିନରେ ମଣିଷ  ଗୋଡ଼ ହାଥ ଧୋଇ ତାର ସୁଖ ଦୁଃଖ ର ସମସ୍ତ ବିଷୟ ଈଶ୍ବର ଙ୍କୁ ପ୍ରାର୍ଥ ନା କରି ଜଣାଉଥିଲା, ତାହା ଏବେ ଦିନକୁ ଦିନ କମି ଯାଉଥିବାରୁ ଅନୁଷ୍ଠାନ ପକ୍ଷରୁ.  ବିଭିନ୍ନ ଜାଗାରେ ଏହି ପ୍ରାର୍ଥନା କାର୍ଯ୍ୟକ୍ରମ କରାଯାଉଛି l