ସମ୍ବଲପୁର : ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମକୁ ୩,୭୭,୩୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ । ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ନିକଟରେ ବଢୁଛି । ସେହିପରି ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଉଛି ।