ସମାଜସେବୀ ଗୌରଚନ୍ଦ୍ର ସୁନାଙ୍କ ୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ବରଗଡ,(ଏସ୍ ନ୍ୟୁଜ୍): ସମାଜସେବୀ ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ ଗୌରଚନ୍ଦ୍ର ସୁନାଙ୍କର ୮ତମ ଶ୍ରାଦ୍ଧ ବାର୍ଷିକୀ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ଥିତ ମାଝିପାଲି ଗ୍ରାମ ଠାରେ ପାଳିତ ହୋଇ ଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀ ରେ ତାଙ୍କର ସମାଜ ପ୍ରତି ଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ଯ ଗୁଡିକ ଆଲୋଚନା କରା ଯାଇଥିଲା । ସମାଜ ର ସାଙ୍ଗଠନିକ ଚିନ୍ତାଧାରା ବିଭିନ୍ନ ଉନ୍ନତିମୂଳକୁ କାର୍ଯ୍ଯ ତଥା ଦଳିତଙ୍କ ପ୍ରତି ହେଉଥିବା ଅନ୍ଯାଠୁ ଅତ୍ଯାଚାର ବିରୁଦ୍ଧ ରେ ସିଧାସଳଖ ବିରୋଧ ପାଇଁ ସେ ସର୍ବତ୍ର ପରିଚିତ । ଲୋକଙ୍କ ପ୍ରତି ମଧୁର ବ୍ଯବହାର ଓ ଆଚରଣ ସହିତ ମିଷ୍ଟଭାଷୀ ନିଷ୍କପଟ ହୃଦୟ ସର୍ବତା ପ୍ରଶଂସନୀୟ । ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ହିସାବରେ ୨୦୦୧ ରୁ ୨୦୦୫ ପର୍ଯ୍ଯନ୍ତ ଅନେକ ଉଲ୍ଲେଖନୀୟ କାର୍ଯ୍ଯ କରି ଲୋକଙ୍କ ହୃଦୟରେ ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଥିଲେ ।

ଆଜି ତାଙ୍କର ୮ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୌରଚନ୍ଦ୍ର ସୁନା ସ୍ମୃତି ସମ୍ମାନ କମିଟୀ ତରଫରୁ ପାଇକମାଲ ବ୍ଲକର ସାମାଜିକ କର୍ମୀ ଗଣ୍ତପାଲି ଗ୍ରାମର ନବଘନ ତାଣ୍ତି,ବୁଟ୍ରାଖମାର ଗ୍ରାମର ଯୁଧିଷ୍ଠିର ଚାନ୍ଦ,ପତ୍ରାଗୁଡା ଗ୍ରାମର ମାୟାଧର ତାଣ୍ତିଙ୍କୁ ସମାଜର ଏକତ୍ରୀ କରଣ ତଥା ସାମାଜିକ ଉନ୍ନତିରେ ପୂର୍ଣ୍ଣ ସହଯୋଗ ପାଇଁ ଗୌରଚନ୍ଦ୍ର ସୁନା ସ୍ମୃତି ସମ୍ମାନ ପ୍ରଦାନ ସହିତ ଉପଢୌକନ ପ୍ରଦାନ କରା ଯାଇଥିଲା । ନୀରିହ ଗରିବ ବିକଳାଙ୍ଗ ପ୍ରତି ତାଙ୍କର ସାହାଯ୍ୟ,ସମ୍ବେଦନା ତଥା ସହଯୋଗ ମନୋଭାବ ଥିବାରୁ ଗୌରଚନ୍ଦ୍ର ସୁନାଙ୍କ ପରିବାର ତରଫରୁ ପାଇକମାଲ ବ୍ଲକର ତିନି ଜଣଙ୍କୁ ୧୫୦୦ ୵ ଟଙ୍କା ଲେଖାଁଏ ଆର୍ଥିକ ସହଯୋଗ ରାଶି ପ୍ରଦାନ କରା ଯାଇଛି । ପିପଲପାଲି ଗ୍ରାମର ବଳରାମ କୁମ୍ଭାର,ମହାରାଣୀ ମେରୀପୁର ଈଷକ ହରିପାଲି,ଝାରବନ୍ଧ ଗ୍ରାମର ମହେନ୍ଦ୍ର ବିଶ୍ବାଳଙ୍କୁ ଏହି ସହଯୋଗ ରାଶି ପ୍ରଦାନ କରା ଯାଇଥିଲା । ଏହି ଶ୍ରାଦ୍ଧ ବାର୍ଷିକୀ ତଥା ସ୍ମୃତି ସଭାରେ ତାଙ୍କର ପୁତ୍ର ମନୋରଞ୍ଜନ,ଚିତ୍ତରଞ୍ଜନ ଓ ଝିଅ ଭଗବତୀଙ୍କ ସହ ସମସ୍ତ ସୁନା ପରିବାର ଏବଂ ତାଙ୍କର ସହକର୍ମୀ ବିରଞ୍ଚି ବରିହା,ଦେବାର ଛତର,ଗହଳ ମହାନନ୍ଦ,ଶରତ ତାଣ୍ତି,କ୍ଷେତ୍ରୀ ଲୁହାର,ଗୋବର୍ଦ୍ଧନ ଛତର,କର୍ପୁଚନ ଛତର,ସାରଥୀ ସୁନା,ବିହାରୀ ଛତର,ରସିଆ ସୁନା,ଚିନ୍ତାମଣି କୁମ୍ଭାର,ସୀତାରାମ ଶିକା,ତପ ବାଗ,ଉତ୍ତର ମହାନନ୍ଦ,ସୁବାଷ ମହାନନ୍ଦ,ଖଲୁ କନ୍ଧେର,ଗଣେଷ ସୁନା,ଲେକୃ ସୁନା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।