ଆନନ୍ଦପୁର,(ଏସ୍ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଜଂଘାର ଗାଁର ପଙ୍କଜ ଘଡେଇ ଆଜି ସକାଳୁ ଦ୍ରୁତ ଗତିରେ ବାଇକ୍ ଚଳାଇ ଆନନ୍ଦପୁର ଯାଉଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଫଳରେ ବାଇକ୍ ଚଳାଉଥିବା ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧକ୍କା ହୋଇଥିବା ବ୍ୟକ୍ତି ଜଣଙ୍କ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି ।