ଭୁବନେଶ୍ବର: ଓଡ଼ିଶା ମହିଳା ଲିଗ୍ ଫୁଟ୍ବଲ ପ୍ରତିଯୋଗିତାର ରବିବାର ଖେଳାଯାଇଥିବା ତିନିଟି ମ୍ୟାଚ୍ରେ ସ୍ପୋର୍ଟସ ଓଡ଼ିଶା, ଓଡ଼ିଶା ପୁଲିସ ଏବଂ ରାଇଜିଂ ଷ୍ଟୁଡେଣ୍ଟ୍ ଦଳ ବିଜୟୀ ହୋଇଛନ୍ତି।
କଳିଙ୍ଗ ଷ୍ଟାଡିୟମ୍ରେ ସାଇ ଏସ୍ଟିସି ବିପକ୍ଷ ମ୍ୟାଚ୍ରେ ମନୀଷା ନାଏକଙ୍କ ଦୁଇଟି ଗୋଲ୍ ବଳରେ ସ୍ପୋର୍ଟସ ଓଡ଼ିଶା ୨-୦ ଗୋଲ୍ର ଏକପାଖିଆ ବିଜୟ ପାଇଥିଲା। ମନୀଷା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
କ୍ୟାପିଟାଲ ଗ୍ରାଉଣ୍ଡରେ ଅନ୍ୟ ଏକ ମ୍ୟାଚ୍ରେ ଓଡ଼ିଶା ପୁଲିସ ୨-୧ ଗୋଲ୍ରେ ପୂର୍ବତନ ରେଳବାଇ ଦଳକୁ ପରାସ୍ତ କରିଥିଲା। ସେହିପରି ଶୁଭଦ୍ରା ସାହୁ (୨୭ ମିନିଟ୍)ଙ୍କ ଏକମାତ୍ର ଗୋଲ୍ ବଳରେ ରାଇଜିଂ ଷ୍ଟୁଡେଣ୍ଟ୍ ୧-୦ରେ ଓଜିପି କ୍ଲବ୍କୁ ପରାସ୍ତ କରିଥିଲା।