ମରାମତି ହେବ ବାଇଶି ପାହାଚ

ପୁରୀ (ଏସ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ବର୍ଷ ବର୍ଷର ଏହି ୨ ପାହାଚାର ହେବ ମରାମତି। ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ୪ ଜଣିଆ ଟିମ୍ ।ମରାମତି ପାଇଁ ଶ୍ରୀମନ୍ଦିରର ପ୍ରତିଟି ପାହାଚର ମାପଚୁପ କରିଛନ୍ତି ।

ଏହା ସହ ପଥରଗୁଡିକର ଯାଞ୍ଚ ହେବ ଓ ଖରାପ ଥିବା ପଥରକୁ ବଦଳାଯିବ । ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ ।
ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ଵାରପଟ ପାହଚର ମରାମତି ହୋଇଥିଲା ।ମୁଖ୍ୟ ଦ୍ୱାରା ପଟେ ପାଣି ଓ ଶ୍ରଦ୍ଧାଳୁଙ୍କ ଚାଲ ପ୍ରଚଳ ଯୋଗୁ ପାହାଚ ଗୁଡିକରେ ଅନେକ ଫାଟ ସୃଷ୍ଟି ହୋଇଛି । ଏଥିରେ ପ୍ଲାଷ୍ଟରିଂ କରାଯିବ ।

ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଆଜି ଦିନ ୧୦ଟାରୁ ମରିଚି କୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟପତ୍ର ଦିଆଯାଇଛି।

ତେବେ ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ଏପରିକି ବଡଦାଣ୍ଡକୁ କେହି ଆସିବେନି ବୋଲି ମଧ୍ୟ ମନା କରାଯାଇଛି ।