ଅଖିଳ ଭାରତ ଶ୍ରମିକ ସଂଗଠନର ସାଇକେଲ ର‍୍ୟାଲି

ବାଲେଶ୍ୱର, (ଏସ୍‌ ନ୍ୟୁଜ): ପେଟ୍ରୋଲ, ଖାଇବାତେଲ ଓ ବଜାର ଦର ବୃଦ୍ଧି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ । ପେଟ୍ରୋଲଜାତ ଦ୍ରବ୍ୟର ବାରମ୍ବାର ମୂଲ୍ୟବୃଦ୍ଧି ଘଟୁଥିବାରୁ ସବୁ ଜିନିଷର ଦର ଆକାଶଛୁଆ ଘଟୁଛି । ଫଳରେ କରୋନାକାଳରେ ଜୀବିକା ହରାଇ ବସିଥିବା ଗରିବ ଲୋକେ ଜୀବନ ବଂଚାଇବା ଦୁର୍ବିସହ ହୋଇ ପଡୁଛି । ଏଥିପାଇଁ ଆଜି ଅଖିଳ ଭାରତ ଅଣସଂଗଠିତ ସଂଗଠନ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ରାଇବଣିଆ ଅଂଚଳର କଳମାଠାରୁ ବରଡିହା ହୋଇ ଯାଇଛି । ଏଥିରେ ଜିଲା ସଭାପତି ବିକାଶ ଦାସ, ବ୍ଲକ ସଭାପତି ମିହିର ଭୂୟାଁ, ସଂଯୋଜକ ସୁରେଶ ମହାନ୍ତ ଓ ଜଳେଶ୍ୱର ନିର୍ବାଚନ ମଣ୍ଡଳିର କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଶୋଭାଯାତ୍ରା ହେବା ସହିତ ଜନସଚେତନତା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଏହି ସାଇକେଲ ଶୋଭାଯାତ୍ରାରେ ବହୁ ଆଦିବାସୀ ଲୋକ ଯୋଗ ଦେଇଥିଲେ ।