ଭୁବନେଶ୍ୱର( ଏସ୍ ନ୍ୟୁଜ ): ନୟାଗଡ଼ ପରୀ ହତ୍ୟା ଘଟଣାରେ ଦୋଷୀକୁ ଧରିବା ଲାଗି ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦୋଳନ ଜାରି ରଖିଛି । ଆଉ ଆଜି ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିିଳିଛି।
ଏହି ଧାରଣରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ସାମିଲ୍ ହୋଇଥିବା ସୂଚନା ରହିଛି। ପରୀ ଘଟଣାର ସିବିଆଇ ତଦନ୍ତ ଦାବି ଓ ଅପରାଧୀକୁ ଛତ୍ରଛାୟା ତଳେ ରଖିଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା କରାଯାଇଛି । ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି।