ଭୁବନେଶ୍ବର: ଭୁବନେଶ୍ବର ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ୯ଟି ବିଭାଗରେ ନୂତନ ଭାବେ ମନୋନୀତ ହୋଇଥିବା ୬,୩୯୦ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।
ନିଜର ପରିଶ୍ରମ ଏବଂ ସାଧନା ବଳରେ ଆପଣ ସମସ୍ତେ ଏହି ସଫଳତା ହାସଲ କରିପାରିଛନ୍ତି । ସରକାରୀ ଚାକିରି ଆପଣ ମାନଙ୍କ ପାଇଁ କେବଳ ଜୀବନ ଜୀବିକାର ସାଧନ ନହୋଇ ଜନସେବାର ଏକ ବଡ଼ ମାଧ୍ୟମ ହେବା ଉଚିତ । ସାଧାରଣ ଜନତା ସରକାର ଏବଂ ସରକାରୀ ବିଧିବ୍ୟବସ୍ଥାରୁ ଅନେକ ଆଶା ରଖିଥାନ୍ତି, ଏଣୁ ସେବା ଆମର ପରମ କର୍ତ୍ତବ୍ୟ ହେବା ଉଚିତ ।