ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସମୁଦାୟ ୯,୫୩୭ ଜଣ ଜମାକାରୀଙ୍କ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ୧୧୭ ଜଣ ଜମାକାରୀଙ୍କ ୨ କୋଟି ୮୦ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରତିକାତ୍ମକ ଭାବେ ୯ ଜଣ ଜମାକାରୀଙ୍କୁ ଚେକ୍ ପ୍ରଦାନ କରି ଅର୍ଥ ଫେରସ୍ତ କରିଛନ୍ତି ।
ଏହା ସହିତ ଢେଙ୍କାନାଳ, ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଗୁଡ଼ିକର ଜମାକାରୀଙ୍କ ଅର୍ଥ ମଧ୍ୟ ଫେରସ୍ତ କରାଯିବ । ଏହି ୪ ଟି ବ୍ୟାଙ୍କର ୧୭, ୮୫୯ ଜଣ ଜମାକାରୀଙ୍କୁ ୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯିବ ।