ଭୁବନେଶ୍ୱର: ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶା ଦ୍ୱାରା ଆସନ୍ତା ୧୦ରୁ ୧୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ–୩, ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆୟୋଜିତ ହେବାକୁ ଯାଉଛି। ସମଗ୍ର ରାଜ୍ୟରୁ ବନ ସୁରକ୍ଷା ସମିତି (ଠଝଝ) ସଦସ୍ୟ, ବୈଦ୍ୟ, ଔଷଧୀୟ ଉଦ୍ଭିଦ ଚାଷୀ, ପ୍ରାଥମିକ ସଂଗ୍ରାହକ, ଗବେଷକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ମେଳାରେ ଭାଗନେବେ । ଏହାକୁ ଦୃଷ୍ଟିରେ ରଖି ଏବଂ ଔଷଧୀୟ ଉଦ୍ଭିଦ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ, ପରିଷଦ ଓଡିଶା ଦ୍ୱାରା ଏକ ରାଜ୍ୟସ୍ତରୀୟ ଅନଲାଇନ୍ କୁଇଜ୍ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି।
କୁଇଜ୍ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲ ଛାତ୍ର–ଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଔଷଧୀୟ ଉଦ୍ଭିଦର ବ୍ୟବହାର, ପରମ୍ପରାଗତ ଚିକିତ୍ସା ପ୍ରଣାଳୀ, ଋତୁ ଅନୁଯାୟୀ ଉପକାରିତା, ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଗୃହ ଉପଚାର ମଧ୍ୟରେ ପ୍ରଚଳିତ ଉପଯୁକ୍ତ ଔଷଧୀୟ ଉଦ୍ଭିଦ ବିଷୟରେ ଜ୍ଞାନ ଆହରଣ କରିପାରିବେ । ଉଦ୍ଭିଦର ସୁରକ୍ଷା ଏବଂ ପାରମ୍ପରିକ ଔଷଧ ବ୍ୟବସ୍ଥାକୁ ସାମଗ୍ରୀକ ଭାବରେ ଆଗକୁ ବଢ଼ାଇବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରା ଯାଉଛି।
ଏହି ଅନଲାଇନ୍ କୁଇଜ୍ କାର୍ଯ୍ୟକ୍ରମରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ, ଓଡିଶାର ୱେବସାଇଟ ଗ୍ଦଜ୍ଞକ୍ଟ୍ରଭକ୍ଟୟସଗ୍ଦଷବ.ସଦ୍ଭ (ଛଙ୍କସଚ୍ଛ ଝରମଗ୍ଧସକ୍ଟଦ୍ଭ) କୁ ଯାଇ ସହଜରେ ଅନଲାଇନ୍ ପଞ୍ଜିକରଣ କରି ଭାଗ ନେଇ ପାରିବେ। କୁଇଜ୍ ସଫଳତା ପୂର୍ବକ ସମାପ୍ତ କରିବା ପରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସନନ୍ଦ (ଉରକ୍ସଗ୍ଧସଲସମବଗ୍ଧର) ଡାଉନଲୋଡ୍ କରିବା ପାଇଁ ସୁବିଧା ଦିଆଯାଇଛି।
ଏହି ପଦକ୍ଷେପ ଦ୍ୱାରା ଛାତ୍ରମାନଙ୍କ ମଧ୍ୟରେ ପରିବେଶ ଓ ପ୍ରାକୃତିକ ସଂସାଧନ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି ହେବା ସହିତ, ଭବିଷ୍ୟତ୍ ପିଢ଼ୀ ଉନ୍ନତ ସ୍ୱାସ୍ଥ୍ୟ ପ୍ରତି ଆକର୍ଷିତ ହେବେ ବୋଲି ପରିଷଦ ଆଶା ପ୍ରକାଶ କରିଛି।