ଏସଟିଏଫ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ୯୯୦ କେଜି ୬୦୦ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ମଥାନୀ ଛକ ନିକଟରେ ଏସଟିଏଫ ଚଢାଉ କରିଥିଲା । ଜଣେ ଅଭିଯୁକ୍ତ ଗିରଫ ହେବା ସହ ଗାଡି ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ କୋଦଳା ଅଞ୍ଚଳର ପ୍ରଭାତ ସାହୁ । ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଧରାପଡିଛି । ଟ୍ରକ ଭିତରେ ଗଞ୍ଜେଇ ରଖି ଚୋରା ଚାଲାଣ କରୁଥିଲେ ।