ଉତ୍ତର-ପୂର୍ବାଂଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜ୍ୟପାଳଙ୍କୁ ସାକ୍ଷାତ କଲେ

ଭୁବନେଶ୍ୱର, ତା ୨୭.୦୧.୨୦୨୫:  ଉତ୍ତର-ପୂର୍ବାଂଚଳ ୭ଟି ରାଜ୍ୟର ଛାତ୍ର ପ୍ରତିନିଧି ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିଙ୍କୁ ସାକ୍ଷାତ କରିଛନ୍ତି । ଅନ୍ତଃରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମରେ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଓ ତ୍ରିପୁରାର ଛାତ୍ରଛାତ୍ରୀମାନେ ଓଡ଼ିଶା ପରିଭ୍ରମଣରେ ଆସିବା
ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କ ସହ ବାର୍ତାଳାପ ବେଳେ ଓଡିଶା କେମିତି ଲାଗୁଛି ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ରାଜ୍ୟପାଳ ପଚାରିଥିଲେ । ଉପରୋକ୍ତ ୭ଟି ରାଜ୍ୟର ଛାତ୍ର ପ୍ରତିନିଧିମାନେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ, ପରଂପରା ଓ ବୈଶିଷ୍ଟ୍ୟ ସଂପର୍କରେ ଅବତାରଣା କରିବା ସହ ଓଡିଶାର ସାଂସ୍କୃତିକ ପରଂପରା, ଭାସ୍କର୍ଯ୍ୟ, ଆତିଥେୟତା, ମହିମା ମଣ୍ଡିତ ଦେବଦେବୀ ପୀଠ, ସୌନ୍ଦର୍ଯ୍ୟ ଓ ମହନତାର ପ୍ରଶଂସା କରିଥିଲେ ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍‌ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ପରେ ରାଜ୍ୟପାଳଙ୍କ ସୌଜନ୍ୟରେ ଆୟୋଜିତ ନୈଶ୍ୟ ଭୋଜିରେ ଅତିଥି ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ । ସୂଚନାଯୋଗ୍ୟଯେ ଜାତୀୟ ଏକତାକୁ ସୁଦୃଢ଼ କରବି । ଉଦ୍ଦେଶ୍ୟରେ ଉତ୍ତର-ପୂର୍ବାଂଚଳର ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଅଞ୍ଚଳ ଭ୍ରମଣ କରୁଛନ୍ତି ।