“ଏସୟୁଜେ ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦୁଝର : “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଏବଂ ସାଧାରଣ ପରିଷଦ ବୈଠକ, ବନ୍ଧୁ ମିଳନ ଓ ଆଲୋଚନା ଚକ୍ର, ନୂତନ ସଭ୍ୟ ଗ୍ରହଣ ତଥା ସଭ୍ୟ ନବୀକରଣ ୨୦୨୫-୨୬ ବର୍ଷ ନିମନ୍ତେ ଜିଲ୍ଲା କମିଟି ଗଠନ କାର୍ଯ୍ୟ ସମ୍ପନ୍ନ ହୋଇଛି। କେନ୍ଦୁଝର ସହରର ସିରାଜୁଦ୍ଦିନ ଛକ ନିକଟସ୍ଥ ” ହୋଟେଲ ସାନ୍ସ” ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଭାପତି ବିନୟ ଭୂଷଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, କେନ୍ଦୁଝର ଜିଲ୍ଲା ଶାଖା ପର୍ଯ୍ୟବେକ୍ଷକ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ ମୁଖ୍ୟ ବକ୍ତା, ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ପଟ୍ଟନାୟକ,ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିଲ୍ଲିପ କୁମାର ମିଶ୍ର,ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଡ଼ଃ ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟ “ଗଣମାଧ୍ୟମ ର ଭବିଷ୍ୟତ” ଉପରେ ଆଲୋଚନା କରିଥିଲେ। ରାଜ୍ୟ ସଭାପତି ଶ୍ରୀ ନାୟକ ଏସୟୁଜେ ଓଡ଼ିଶା ର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ରଖିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀକୁମାର ମିଶ୍ର ବିବରଣୀ ପାଠ କରିଥିବା ବେଳେ ବିଦାୟୀ କୋଷାଧ୍ୟକ୍ଷ ପାର୍ଥସାରଥୀ ମିଶ୍ର ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରାଯାଇଥିଲା ।

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନିୟ ଯୋଗଦାନ ପାଇଁ ଜିଲ୍ଲାର ୩ ବରିଷ୍ଠ ସାମ୍ବାଦିକ ବିଭୁତିଭୂଷଣ ପଟ୍ଟନାୟକ, ସତ୍ୟନାରାୟଣ ମିଶ୍ର ଏବଂ ଅକ୍ଷୟ ପଟ୍ଟନାୟକ ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ତଥା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ ବ୍ରଜ କିଶୋର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୨୦୨୫-୨୬ ବର୍ଷ ନିମନ୍ତେ ନୂତନ ଜିଲ୍ଲା କମିଟି ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଥିଲା ।

ଜିଲ୍ଲା ସଭାପତି ଭାବେ ବିନୟ ଭୂଷଣ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀକୁମାର ମିଶ୍ର, ସାଧାରଣ ସମ୍ପାଦକ ପାର୍ଥସାରଥୀ ମିଶ୍ର, ଉପସଭାପତି ପୁର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ମୋହନମୁରତି ମହାରଣା, ସତ୍ୟଜିତ ସାହୁ, ସନ୍ତୋଷ କୁମାର ପତି, ସଂଗଠନ ସମ୍ପାଦକ ସୁଢଳ କୁମାର ସେଠୀ, ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ବ୍ରଜ କିଶୋର ରାୟ, ଗଦାଧର ସାହୁ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଭୂତି ଭୂଷଣ ପଟ୍ଟନାୟକ ।

ସେହିପରି କାର୍ଯ୍ୟକାରିଣୀ ସଭ୍ୟ ସ୍ଵପ୍ନେଶ୍ଵର ପଣ୍ଡା, ସନ୍ତୋଷ କୁମାର ରାଉତ ନାରାୟଣ ଚନ୍ଦ୍ର ସାହୁ, ସୁଶ୍ରୀ ସଙ୍ଗୀତା ଦେଓ, ଦୀପା ଗୋଛାୟତ, ଉମାକାନ୍ତ ଦାସ, ରମେଶ ଚନ୍ଦ୍ର ମହାନ୍ତ ଏବଂ ବ୍ଲକ ସଂଯୋଜକ ଭାବେ ଆନନ୍ଦପୁର ପାଇଁ ଉପେନ୍ଦ୍ର ସାହୁ ।