ଫେବୃଆରୀରେ ୪୦ ଛୁଇଁବ ତାତି

ଭୁବେନେଶ୍ଵର : ଚଳିତ ମାସ ଶେଷ ସପ୍ତାହବେଳକୁ ଭୁବନେଶ୍ବର ସମେତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ। ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନ ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।