ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିର, (ଏସ୍‌ ନ୍ୟୁଜ୍‌) : ବିଶ୍ୱ ଆଦିବାସୀ ଦିବସରେ ମୁଖ୍ୟ ସ୍ରୋତକୁ ଫେରିଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଏସପି କମଲ ଲୋଚନ କାଶ୍ୟପ ଓ ସିଆରପିଏଫ ଡିଆଜି କମଲ ସିଂହଙ୍କ ନିକଟରେ ସୋମବାର ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ରୀୟ ମାଓ ସଂଗଠନର ବ୍ୟୁର ର୍ୟାଙ୍କରେ ଏସିଏମ କମାଣ୍ଡର ଭାବେ କାର୍ୟ୍ୟ କରୁଥିବା ରାଜୁ କାରମ ଓ ସୁନୀତା କାରମ ବିଶେଷ କରି ସଂଗଠନରେ ତେଲଗୁ ମାଓନେତାଙ୍କ ଅତ୍ୟାଚାର ବଢୁଥିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାମରେ ଆକୃଷ୍ଟ ହୋଇ ଅନ୍ଧାରି ଦୁନିଆକୁ ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ପୂର୍ବରୁ ଅନେକ ହିଂସାକାଣ୍ଡରେ ସାମିଲ ଥିବା ଏହି ଦୁଇ ହାର୍ଡକୋର ମାଓ ନେତାଙ୍କ ଉପରେ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି କହିଛନ୍ତି ।