ରାଜ୍ୟରେ ବଢିଚାଲିଛି ତାତି

ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ଦିନ ୧୦ଟା ପରେ….

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ଦିନ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଆଜି ବଲାଙ୍ଗିର ଏବଂ ସୋନପୁରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ରାଜ୍ୟରେ ଆଜି ତିନୋଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ଏବଂ ଟିଟିଲାଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ୫ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ୪୧.୩, ସମ୍ବଲପୁରରେ ୪୧.୫, ସୁନ୍ଦରଗଡ଼ରେ ୪୧.୫, ଭବାନୀପାଟଣାରେ ୪୧, ଏବଂ ବୌଦ୍ଧରେ ୪୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଏହା ପଛକୁ ହିରାକୁଦରେ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୩ରୁ ୪ ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଆଞ୍ଚଳିକ ପାଣୀପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କୁହାଯାଇଛି ।