ରାଜ୍ୟରେ କଲବଲ କରୁଛି ତାତି

ଭୁବନେଶ୍ଵର: ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ସମ୍ଭାବନା । ହେଲେ ଉପକୂଳରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପାରଦ ୨ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଚି । ଆଦ୍ରତା ଅଧିକ ଥିବାରୁ ବିଶେଷ କରି ଉପକୂଳ ଏବଂ ତା ଆଖପାଖ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ୨୫ ତାରିଖରୁ ପୁଣି ଥରେ ତାପମାତ୍ରା ବଢିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।