ରାଜ୍ୟରେ କଲବଲ କରୁଛି ତାତି

ଭୁବନେଶ୍ଵର: ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି । ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ ‌ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ।

ପରବର୍ତ୍ତୀ ୪ ଦିନ ଯାଏଁ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସୋମବାର ନୂଆପଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୧ ଡିଗ୍ରୀ, ବଲାଙ୍ଗିରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବାବେଳେ ଭୁବନେଶ୍ବରରେ ୩୫.୬ ଡିଗ୍ରୀ ଓ କଟକରେ ୩୪.୮ ଡିଗ୍ରୀ ରେକର୍ଡ଼ ହୋଇଛି।