ଭୁବନେଶ୍ୱର, (ଏସ୍ ନ୍ୟୁଜ): ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଆସିପାରିବେ ନାହିଁ । କୌଣସି ଧର୍ମାନୁଷ୍ଠାନରେ ଭୋଗ କିମ୍ବା ପ୍ରସାଦ କରିପାରିବେ ନାହିଁ ଶ୍ରଦ୍ଧାଳୁ ।