ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ):ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ୪୪ ବର୍ଷ ବୟସରେ ଆଜି ପରଲୋକ ଘଟିଛି । ଏନେଇ ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି । ଦୀର୍ଘ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ । କିଛି ଦିନ ହେବ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ମାତ୍ର ଆଜି ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଜଣାପଡିବା ପରେ ସମଗ୍ର ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ।