ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀନ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଚଳିତ ଥର କୋଭିଡ୍ କଟକଣାରେ ବିଧାନସଭା ଅଧିବେଶନ ଚାଲିବ । ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥା ରହିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ୍ ଟେଷ୍ଟ୍ କରାଯିବ । ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ସହ ୪ ମାସର ଲେଖାନୁଦାନ ଗୃହୀତ ହେବାର କାର୍ୟ୍ୟକ୍ରମ ରହିଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ଏହା ଉପରେ ୩ ଦିନ ଧରି ଗୃହରେ ଆଲୋଚନା ହେବାର କାର୍ୟ୍ୟକ୍ରମ ଥିବାବେଳେ ମାର୍ଚ୍ଚ ୩୦ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମାର୍ଚ୍ଚ ୩୧ ତାରିଖରେ ଲେଖାନୁଦାନ ସଂକ୍ରାନ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ ।
ଆହୁରି ପଢ଼ନ୍ତୁ...