ଶିଶୁଙ୍କ ଉପରେ ଅଛି ବେଶୀ ବିପଦ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଛି । ଆନ୍ତରାଜ୍ୟ ଚଳପ୍ରଚଳ ଜାରି ରହିଛି। ସାଧାରଣତଃ କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣର ପ୍ରଭାବ ପଡିନାହିଁ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ପ୍ରଥମ ଲହରରେ ୧୨ପ୍ରତିଶତ ,ଦ୍ବିତୀୟ ଲହରରେ ବି ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସମୟରେ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ଶିଶୁ ମାନେ କମ୍ ସୁରକ୍ଷିତ କାରଣ , ଅନ୍ୟ ବୟସର ଲୋକମାନେ ଟିକା ନେଇ ସାରିଥିବାରୁ ସେମାନଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହୋଇସାରିଛି। ସେହି ତୁଳନାରେ ଶିଶୁ ମାନଙ୍କ ପ୍ରତି ଅଧିକ ଭୟ ରହିଛି। ଗୋଟିଏ ଶିଶୁ ସଂକ୍ରମିତ ହେଲେବି ଏହା ଗୁରୁତ୍ୱପୂର୍ଣ୍ଣ। ଏହା ଆମ ପାଇଁ ଚିନ୍ତାଜନକ। ଶିଶୁଙ୍କ ସୁରକ୍ଷା ଦାୟିତ୍ବ ଅଭିଭାବକ, ସରକାରଙ୍କର ରହିଛି।