ବରଗଡ: ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ବରଗଡ କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ବରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ଯକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ ସମିତି କାର୍ଯ୍ଯାଳୟକୁ ଘେରାଉ କରିଥିଲେ । ସମ୍ପାଦକ ଙ୍କୁ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
ଦାବୀ ଗୁଡିକ ମଧ୍ଯରେ ମୁଖ୍ୟତଃ ସମିତି ଅଧିନସ୍ଥ ମଣ୍ତି ଯାଗା ମାନଙ୍କ ରେ ଚାଷୀ ମାନଙ୍କୁ ସାର ଯୋଗାଇ ଦେବାର ବ୍ୟବସ୍ଥା କରିବା,ମୁଖ୍ଯ କାର୍ଯ୍ଯାଳୟ ପରିସର ରେ ଚାଷୀଙ୍କ ସୁବିଧା ପ୍ରତି ଯତ୍ନବାନ ହେବା,ନୁତନ କାର୍ଯ୍ଯାଳୟ ନିର୍ମାଣ ପାଇଁ ଉଦ୍ୟମ କରିବା,ଚାଷୀଙ୍କ ସ୍ବାର୍ଥ କୁ ଗୁରୁତ୍ୱ ଦେଇ ବ୍ଯବସାୟୀ ମାନଙ୍କ ଅନୁପ୍ରବେଶ କୁ ରୋକିବା, ସଂମ୍ପ୍ରତ୍ତି ମରୁଡ଼ି ପରିସ୍ଥିତିରେ ଚାଷୀଙ୍କୁ ଆନୁଷ୍ଟାନିକ ମୌଳିକ ସହାୟତା ଯୋଗାଇ ଦେବାକୁ ସଭାରେ ବକ୍ତା ମାନେ ନିଜ ନିଜର ମତ ପ୍ରଦାନ କରିଥିଲେ । ଘେରାଉ ଓ କାର୍ଯ୍ଯକ୍ରମରେ ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ମାଣ୍ଡୋସିଲ ମଣ୍ତଳ ସଭାପତି ଶ୍ରୀ ସଞୟ ବେହେରା,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ,ଶୁଶାନ୍ତ ନାଗ, ମାଧବ ପାଣିଗ୍ରାହୀ,ପୁରନ୍ଦର ସାହୁ,ଇନ୍ଦ୍ରଜିତ ଭୋଇ,ରୋଶନ ପାଣିଗ୍ରାହୀ,ରାଜା ମହମ୍ମଦ,ନରୋତ୍ତମ ଦାଶ,ଦିବାକର ତାଣ୍ତି,ଗୁରୁବାରୁ ପ୍ରଧାନ,ବନମାଳି ପଟେଲ,ଅକ୍ଷୟ ସାହୁ,ଦିବ୍ଯ ହଂସ,ମନୋଜ କୁମ୍ଭାର,ପରମାନନ୍ଦ ସାହୁ,ଶଶିଧର ସାହୁ,ଡୋଲାମଣି ବଢେଇ,ଶୁକଦେବ ପ୍ରଧାନ,ହରେକୃଷ୍ଣ ସୁନାଙ୍କ ସମେତ ସାତଟି ପଞ୍ଚାୟତ ରୁ ଆସିଥିବା ଚାଷୀ ଅଂଶଗ୍ରହଣ କରିଥିଲେ । ପାଇକମାଲ ସେବା ସମବାୟ ସମିତି ସଂପାଦକ ଶ୍ରୀ ରମେଶ ସାହୁ ଘେରାଉ ସ୍ଥାନକୁ ଆସି ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ ଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଦାବୀ ଗୁଡିକ ର ତୁରନ୍ତ ସମାଧାନ ଦିଗରେ କାର୍ଯ୍ଯ କରିବାକୁ ପ୍ରତିଶୃତି ଦେଇଥିଲେ ।