ଭୁବନେଶ୍ୱରର ରାସ୍ତାକଡରୁ ଜଣେ ଡେଲିଭରୀ ବୟଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରୁ ଜଣେ ଡେଲିଭରୀ ବୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜୟଦେବ ବିହାରର ବିଜୁ ପଟ୍ଟନାୟକ କଲେଜ ଛକ ପାଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଜଗତସିଂହପୁରର ଏହି ଯୁବକ ଜଣକ ଡେଲିଭରୀ ବୟ ଭାବରେ କାମ କରୁଥିଲେ। ସାନ୍ତନୁ ପାଣ୍ଡରାରେ ରହୁଥିବା ବେଳେ ଅନଲାଇନ୍ ଡେଲିଭରି ବୟ ଭାବେ କାମ କରୁଥିଲେ। ତାଙ୍କ ମୃତଦେହ ନିକଟରେ ଏକ ସାର୍ଟ ପଡ଼ିଥିବା ବେଳେ ତାଙ୍କ ଶରୀରର ଅନେକ ସ୍ଥାନରେ ଟାଟୁ ରହିଛି। ତେବେ କିପରି ତାଙ୍କର ମୃତ୍ୟୁ ଘଟିଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ମୃତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଯୁବକଙ୍କ ଜଣଙ୍କ ଅନ୍‌ଲାଇନ୍ ଡେଲିଭରି ଦେବାକୁ ଆସିଥିଲେ। ସେହି ସମୟରେ ତାଙ୍କ ସହ କିଛି ଅଘଟଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି