କଟକ ଛତ୍ରବଜାରରେ ଭୁଶୁଡିଲା ପୋଲ : ଦୁଇ ମୃତ୍ୟୁ, ଦୁଇ ଗୁରୁତର

କେନାଲ କଡର ବନ୍ଧ ଭୁଶୁଡ଼ି ଥିବାର ସୂଚନା

କଟକ: କଟକ ଛତ୍ରବଜାରର ବହୁତ ପୁରୁଣା ପୋଲ ଭୁଶୁଡି ପଡ଼ିଛି । ବ୍ରିଜ କଡ଼ରେ ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ଭୁଶୁଡିଥିବା ଜଣାପଡ଼ିଛି। ପୋଲ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୨ରୁ ୩ ଜଣ ପରିବା ବ୍ଯବସାୟୀ ବ୍ରିଜ ତଳେ ଚାପି ହୋଇ ରହିିଥିବା ଆଶଙ୍କା କରାଯାଉଛି। ପୋଲିସ ଓ ଉଦ୍ଧାର କାରୀ ଦଳ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ରିଜ ତଳୁ ଦୁଇ ଜଣେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତେବେ ଦୁଇଜଣଙ୍କୁ ଉଦ୍ଧାରକାରୀ ଟିମ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ଯାହାକି ଦୁଇ ଜଣ ମୃତ ଜଣାପଡିଛି ।

ସୂଚନା ଅନୁସାରେ, ତାଳଦଣ୍ଡା କେନାଲର ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ଲହି କାର୍ଯ୍ୟ ମଧ୍ୟରେ କଟକ ଛତ୍ରାବଜାର ଓ ମାଲ ଗୋଦାମକୁ ସଂଯୋଗ କରିବା ଲାଗି ଏକ ପୋଲ ନିର୍ମାଣ କରାଯାଉଛି । କାମ ଚାଲୁଥିବା ବେଳେ ଆଜି ସନ୍ଧ୍ୟାରେ ହଠାତ ପୋଲ ପାଶ୍ୱର୍ ପାଚେରୀଟି ଭୁଷୁଡି ପଡିଥିଲା । ଫଳରେ ଦୁଇ ଜଣ ମୃତ ଓ ଦୁଇ ଗୁରୁତର ଥିବା ଖବର ଅଛି ।