ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ।
ଆସନ୍ତା ୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫର ୧୪ବର୍ଷ ରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଖେଳାଯିବ। ଏହି ପ୍ରତିଯୋଗୀତାରେ ୧୫ ଟି ଦେଶର ଖେଳାଳି ଭାଗ ନେବେ। ଏହା ପୂର୍ବରୁ ଟେନିସ ସେଣ୍ଟରର ଉଦଘାଟନ ହୋଇଛି। ଏହି ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି।