ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯାଇଛନ୍ତି । ଏହି ବୈଠକ ସେପ୍ଟେମ୍ବର ୨୬ ଅର୍ଥାତ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ଦେଶର ସବୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ପିପିଲି ନିର୍ବାଚନ ପ୍ରଚାରରେ ଯୋଗ ଦେବାର ସମ୍ଭାବନା କମ ବୋଲି କୁହାଯାଉଛି ।