କଟକ,(ଏସ୍ ନ୍ୟୁଜ୍):ଗିରଫ ହେଲା ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ । ୨୦୧୬ ମସିହାରେ ବହୁଚର୍ଚ୍ଚିତ ଓମ୍ ଓ ଦୀପୁ ହତ୍ୟା ଘଟଣା ଘଟିବା ପରେ ୫ ବର୍ଷ ଧରି ପୁଲିସ ହେପାଜତରୁ ଖସି ଫେରାର ହୋଇଯାଇଥିଲା ଦିଲୁ । ତେବେ ଆଜି କଟକ ପୁଲିସ ଦିଲୁକୁ ରାୟଗଡାରୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଗିରଫ ସମୟରେ ଦିଲୁ ପାଖରୁ ପୁଲିସ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ତିନିଟି ମୋବାଇଲ ଜବତ କରିଛି । ଦିଲୁ ଡି ବ୍ରଦର୍ସଙ୍କ ଟେଣ୍ଡର ପ୍ରକ୍ରିୟାରେ ମୁଖ୍ୟ ରହୁଥିଲା ।