ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ କୃଷି ଜିଲ୍ଲା ଅଧିକାରୀ

ବଲାଙ୍ଗିର: ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢ଼ି। ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଲେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଦୁର୍ଯ୍ୟୋଧର ସାର ଦୋକାନ କରିଥିବା ବେଲେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ବା ପଏଣ୍ଟ ଅଫ ସେଲ ମେସିନ ପାଇବା କଥା। କିନ୍ତୁ ମାଗଣାରେ ମେସିନ ଦେବା ପାଇଁ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।