ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପରେ ମଧ୍ୟ ସୁଧାରି ନାହିଁ ବଡ଼କାଳିମାଟି ପଞ୍ଚାୟତବାସୀ ଙ୍କ ଜଳ ସମସ୍ୟା
ଯୋଡ଼ା(ସାକ୍ସୀ ନ୍ୟୁଜ୍): ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିବା ବଡ଼କାଳିମାଟି ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ପଞ୍ଚାୟତ ପକ୍ଷରୁ ଗତ ୨୫ ଅଗଷ୍ଟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ପତ୍ର ଦିଆଯାଇ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରାଯାଇଛି ।

ପତ୍ରରେ ଦର୍ଶାଯାଇଛି ଯେ, ଉକ୍ତ ପଂଚାୟତ ରେ ମେଗା ପ୍ରକଳ୍ପ ଦ୍ୱାରା ଲୋକ ଙ୍କ ପାନୀୟ ଜଳ ସମସ୍ୟା ସୁଧୁରି ଠିକ ଠାକ ଭାବେ ଚାଲିଥିବା ବେଳେ କିଛି କମ୍ପାନୀ ଲୁହା ପରିବହନ ନିମନ୍ତେ ନିଜର ସ୍ଲରୀ ପାଇପ ବିଛାଇବା ବେଳେ ପାନୀୟ ଜଳ ଯୋଗାଣ ର ପାଣି ପାଇପ ଗୁଡିକ ବସନ୍ତ ପୁର ପଞ୍ଚାୟତ ର ନଇବୁଗା ଠାରେ ନଷ୍ଟ କରି ପକାଇଛନ୍ତି । ଯାହା ଦ୍ୱାରା ବସନ୍ତ ପୁର ପଞ୍ଚାୟତ ଓ ବଡ଼ କାଳିମାଟି ପଞ୍ଚାୟତର ଅଞ୍ଚଳରେ ଲୋକମାନେ ଦୀର୍ଘ ସମୟ ଧରି ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି। ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ନିୟମିତ ଭାବେ ପାଣି ମିଳୁନଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ବିଶେଷକରି ବର୍ଷା ଋତୁ ଥିବାରୁ ନଦୀ କିମ୍ବା ଚୁଆ ଗୁଡିକ ରୁ ପାନୀୟ ଜଳ ସଂଗ୍ରହ ହୋଇପାରୁନାହିଁ ତେଣୁ ସମସ୍ୟା ଆହୁରି ଗମ୍ଭୀର ହେଉଥିବା ଅଭିଯୋଗ ହୋଇଛି ।
ପଞ୍ଚାୟତବାସୀଙ୍କ ଦାବି ଅନୁଯାୟୀ, ସମସ୍ୟାର ତୁରନ୍ତ ସମାଧାନ ସହ ପାନୀୟ ଜଳ ପ୍ରକଳ୍ପକୁ ସୁଚାରୁ ଭାବେ କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ନିୟମିତ ଜଳ ଯୋଗାଣ କରାଯାଉ। ଏନେଇ ବଡ଼ କାଳିମାଟି ପଞ୍ଚାୟତ ପକ୍ଷରୁ ସରପଞ୍ଚ ପାନପତି ମୁଣ୍ଡା ଓ ସମିତିସଭ୍ୟ ଅଷ୍ଟମୀ ମୁଣ୍ଡା ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି, କିନ୍ତୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ଯେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ର ଅନେକ ଦିନ ବିତି ଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବିଭାଗର ମନମୁଖୀ ପାଇଁ ଜଳ ଯୋଗାଣ ଆରମ୍ଭ ହୋଇ ପାରିଲା ନାହିଁ, ଫଳରେ ଜଳକଷ୍ଟ ଭୋଗୁଛନ୍ତି ପଞ୍ଚାୟତ ବାସୀ, ଏଣୁ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମ୍ଭବ ଜଳ ଯୋଗାଣ ଆରମ୍ଭ କରିବାକୁ ଦାବି କରିଛନ୍ତି ପଞ୍ଚାୟତ ବାସୀ।କେନ୍ଦୁଝରରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।