ମାଲକାନଗିରି: ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି । ଆଇଆଇସି ସୁଶାନ୍ତ ସାହୁଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, ମାଲକାନଗିରି ମୋଟୁରୁ ନିଜ ଘର କଟକ ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି । ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିଲେ ଆଇଆଇସି ସୁଶାନ୍ତ କୁମାର ସାହୁ । ତେବେ ଆଇଆଇସି ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତାଙ୍କୁ ଭିଜିଲାନ୍ସ ପ୍ରଶ୍ନ କରିଥିଲା । ଏବଂ ଏହି ପ୍ରଶ୍ନର ଉତ୍ତରରେ କୌଣସି ବିଶ୍ୱାସଜନକ ଉତ୍ତର ଦେଇପାରିନଥିଲେ ମୋଟୁ ଥାନା ଅଧିକାରୀ । ମୋଟୁରେ ଥିବା ତାଙ୍କର ବାସଭବନ ଏବଂ କଟକ ସ୍ଥିତ ଦୁଇଟି ଘର ଉପରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।