ଭୁବନେଶ୍ୱର (ଏସ୍ ନ୍ୟୁଜ): ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣ କୁ ଆସିଛି ବୋଲି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ ଶିମିଳିପାଳରେ ଲାଗିଥିବା ନିଆଁ ପୁରା ନିୟନ୍ତ୍ରଣକୁ ଆସି ଯାଇଛି ।୨୬ଟି ସ୍ଥାନରେ ଲାଗିଥିବା ନିଆଁକୁ ଗତକାଲି ମିଳିତ ଭାବେ ଆୟତ କରାଯାଇଥିବା ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ସେହିପରି ଗତକାଲି ବନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ଶତକଡ଼ା ୯୫ ଭାଗ ନିଆକୁ ଲିଭାଯାଇଛି । ବିଗତ ଦୁଇ ଦିନରେ ୬ ହଜାର ୨୫୮ଟି ନିଆଁ ଲାଗିଥିବା ସ୍ଥାନ ମଧ୍ୟରୁ ୩ ହଜାର ୨୫୮କୁ ହ୍ରାସ ପାଇଛି ।

ରାଜ୍ୟରେ ଅଧିକ ଶହେଟି ଦଳକୁ ଆବଶ୍ୟକତା ଅନୁସାରେ ନିଆଁ ଲିଭାଇବା ଦିଗରେ ନିୟୋଜିତ କରିବା ପାଇଁ ସ୍ଥିର ହୋଇଛି । ଅଧିକ ୭ଶହଟି ବ୍ଲୋୟର ବନାଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ଡିଏଫ୍ଓଙ୍କୁ ନେଇ ସମୀକ୍ଷା ପରେ ଏନେଇ ସୂଚନା ଦିଆଯାଇଛି ।