ଭୁବନେଶ୍ୱର ଲୋକସଭା ପ୍ରଫେସନାଲ୍ସ କଂଗ୍ରେସର ପ୍ରଥମ ବୈଠକ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଲୋକସଭା ପ୍ରଫେସନାଲ୍ସ କଂଗ୍ରେସର ସଭାପତି ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହାର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରର କଳା କୃଷି ଆଇନ୍ ବିରୁଦ୍ଧରେ କୃଷକ ମାନଙ୍କର ଦୁର୍ବାର ଆନ୍ଦୋଳନକୁ ସମର୍ଥନ ପ୍ରକଟ କରାଯାଇଥିଲା ।
ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଏବଂ ସାମାଜିକ ସେବାରେ ନିୟୋଜିତ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କର ଏହି ବୈଠକରେ ସଂଗଠନର ଆଗାମୀ ଦିନରେ କାର୍ଯ୍ୟକ୍ରମ ଖସଡ଼ା ବାବଦରେ ଆଲୋଚନା ହୋଇଥିଲା ।
ସାମୁହିକଭାବେ ନିଜ ନିଜର ପରିସରରେ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର, ଦୁର୍ନିତି ଓ କୁଶାସନ ବିରୁଦ୍ଧରେ ଜନମତି ସୃଷ୍ଟି କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ସଂଗଠନରେ ଅଧିକରୁ ଅଧିକ ସଭ୍ୟ ଯୋଗଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବାକୁ ନିଷ୍ପତି ନିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଏଆଇପିସି ସଂଗଠନର ରାଜ୍ୟ ସଂପାଦିକା ମନିଷା ନନ୍ଦ, ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ମହାନ୍ତି, ସାସ୍ୱତ୍ ମହାନ୍ତି, ଜିଲ୍ଲା କଂଗ୍ରେସ ଲିଗାଲ ସେଲ୍‌ର ଅଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ବହୁ ଜିଲ୍ଲା କଂଗ୍ରେସ ନେତା ଓ ବ୍ଲକ କଂଗେସ କମିଟିର ସଭାପତି ବୃନ୍ଦ ଯୋଗଦେଇଥିଲେ ।