ଭୁବନେଶ୍ୱର,(ସାକ୍ ସୀ ନ୍ୟୁଜ୍) : ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି । ୪ ଘଣ୍ଟାର ଚଢାଉରେ ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି । ସେହିପରି ଉଭୟ ହସ୍ପିଟାଲ ଓ ଔଷଧ କାରବାର ତ୍ରିନାଥଙ୍କ ପତ୍ନୀଙ୍କ ନାମରେ ରହିଛି ।
ଚଣ୍ଡିଖୋଲ ଓ ଧାନ ମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଥିବା ଜଣାପଡିଛି । କଟକ ମହାନଦୀ ବିହାରରେ ୨ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି । ଏସବୁ ବ୍ୟବସାୟ ବ୍ୟତୀତ ତ୍ରିନାଥଙ୍କର ଅମାପ ସମ୍ପତ୍ତି ଠାବ ହୋଇଛି । ସେହିପରି ଭୁବନେଶ୍ୱର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟରେ ଗୋଟିଏ ଫ୍ଲାଟ୍, ଯାଜପୁର ବଡଚଣାରେ ଫାର୍ମ ହାଉସ୍, ଭୁବନେଶ୍ୱର ଏବଂ ଯାଜପୁରରେ ୩ଟି ପ୍ଲଟ, ନଗଦ ୩.୫ ଲକ୍ଷ ଟଙ୍କା, ୭ଟି ଦାମିକା ଗାଡି ଜବତ ହୋଇଛି । ଏହାବାଦ ଏକ ଦାବି ବିଏମଡବ୍ଲ୍ୟୁ କାର ଓ ରେସିଙ୍ଗ ବାଇକ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ୩ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୧୩ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।