ସରକାର କହିଲେ, ବୁଧବାର ସବୁ ସ୍କୁଲ ଚାଲିବ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି କାରଣରୁ ରାଜ୍ୟର କୌଣସି ସରକାରୀ ବିଦ୍ୟାଳୟ ଅବା ସରକାରୀ ଅନୁଦାନ ଗ୍ରହଣ କରୁଥିବା ବିଦ୍ୟାଳୟ ବନ୍ଦ ରହିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇଥିବା ଚିଠିରେ ସବୁ ସ୍କୁଲ ମାର୍ଚ୍ଚ ୫ ତାରିଖ ଦିନ ଖୋଲା ରହିବ ।
ସୂଚନାଯୋଗ୍ୟ, ବିଜେଡି ସରକାରଙ୍କ ଅମଳରେ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା ଓ ସେହିଦିନ ସବୁ ବିଦ୍ୟାଳୟ ଛୁଟି ରହୁଥିଲା ।