ଭୁବନେଶ୍ୱର: ବିଜେପି କର୍ମୀଙ୍କୁ ପୁଲିସ୍ ମାଡ ମାରିଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ମାନେ ପ୍ଲାକାର୍ଡ ଦେଖାଇଥିଲେ । ଏଥିଯୋଗୁଁ ପ୍ରଥମେ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀ ଦଳ ସଦସ୍ୟମାନେ ଘଣ୍ଟ ବଜାଇଥିଲେ। ଏଥିସହ ବାଚସ୍ପତିଙ୍କ ଉପରକୁ ବ୍ୟାନର ଫୋପାଡ଼ିଥିଲେ। ଏଥିଯୋଗୁଁ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବି କରାଯାଇଥିଲା।
ଏହାପରେ ମଧ୍ୟାହ୍ନରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ହେଁ, ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଏହାପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।