ଭୁବନେଶ୍ବର ଠାରେ ଷୋଡ଼ଶ ଅର୍ଥ କମିଶନଙ୍କ ସହ ବୈଠକ ଅନୁଷ୍ଠିତ। ଏହି ବୈଠକରେ ଓଡ଼ିଶାର ସ୍ଵାର୍ଥକୁ ଆଧାର କରି ବିଭିନ୍ନ ଆର୍ଥିକ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗାମୀ ୫ ବର୍ଷ ଅର୍ଥାତ ୨୦୨୬-୩୧ ପାଇଁ କମିଶନ ନିକଟରେ ସର୍ବମୋଟ ୧୨ ଲକ୍ଷ ୫୬ ହଜାର କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି।
ଓଡ଼ିଶାର ବିକାଶର ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ରାଜ୍ୟବାସୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳୁଥିବା ଟିକସ ଭାଗକୁ ୪୧% ରୁ ୫୦%କୁ ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି। SDRFରେ ଶତ ପ୍ରତିଶତ ବାର୍ଷିକ ଅନୁଦାନ, ସ୍ୱାସ୍ଥ୍ୟ କ୍ଷେତ୍ର, ଜଳଯୋଗାଣ, ପରିମଳ ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟରେ ଅଧିକ ସ୍ଵତନ୍ତ୍ରତା ଯୋଗାଇଦେବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି।
ଏଥିସହିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅନୁଦାନ ପାଇଁ ୧.୩୬ ଲକ୍ଷ କୋଟି, ଏସଡିଆରଏଫ ବାବଦକୁ ୩୧ ହଜାର କୋଟି, ରାଜସ୍ବ ନିଅଣ୍ଟ ବାବଦକୁ ୯.୪୮ ଲକ୍ଷ କୋଟି, ସ୍ପେିସିଫିକ୍ ଫଣ୍ଡ୍ ବାବଦରେ ୧.୧୦ ଲକ୍ଷ କୋଟିର ଦାବି ଉପସ୍ଥାପନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ।