ପୂରଣ ହୋଇଛି ଦୀର୍ଘଦିନର ଦାବି: ଅନ୍ଧାରରୁ ମୁକ୍ତ ହେଲେ ଲୋକେ

ଆଠଗଡ, (ଏସ୍‌ ନ୍ୟୁଜ): କଟକ ଜିଲ୍ଲା ଆଠଗଡ ବ୍ଲକର ଭଗୁଆ ଓ ଓର୍ଦାର ଆଦିବାସୀ ଲୋକେ, କିଛି ଦିନ ଧରି ଖୁଣ୍ଟ ପଡି ଘରକୁ ତାର ଯାଇଥିଲେ ମଧ୍ୟ କରେଣ୍ଟ ପାଇବାରୁ ବଞ୍ଚିତ ଥିଲେ ଏହି ଆଦିବାସୀ । ଛାତ୍ରଛାତ୍ରୀମାନେ ପାଠପଢାରେ ବହୁ ଅସୁବିଧା ହେଉଥିବା ନେଇ ଗଣମାଧ୍ୟମରେ ଅଭିଯୋଗ ଆଣିଥିଲେ । ଆଜି ସେମାନଙ୍କର ସମସ୍ୟା ଦ୍ୱର ହେବା ସହ ତାଙ୍କ ଗାଁରେ ଜଳିଛି ବିଦ୍ୟୁତ । ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫରମର ନିକଟରେ ଫିତା କାଟି ଆଦିବାସୀ ମାନଙ୍କ ମୂହଁରେ ହସ ଫୁଟାଇଛନ୍ତି । ଆଠଗଡ଼ ବ୍ଳକ ଅନ୍ତର୍ଗତ ଗୋବରା ପଞ୍ଚାୟତର ଭୋଗୁଆ ଓ ଓର୍‌ଦା ଆଦିବାସୀବହୁଳ ଗାଁ । ଉକ୍ତ ଗାଁରେ ୪୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବାସ କରନ୍ତି । ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍‌ଡେ ନଥିଲା । ବିଦ୍ୟୁତ ଖୁଣ୍ଟ ପୋତା ଯାଇ ତାର ମଧ୍ୟ ଘରକୁ ଟଣା ଯାଇଥିଲେ ମଧ୍ୟ ବିଜୁଳି ଦେଖନଥିଲେ ।

ଏନେଇ ବାରମ୍ବାର ସରକାରଙ୍କୁ ଜଣାଇ ଆସୁଥିଲେ, ଶେଷରେ ସରକାର ତାଙ୍କ ଦୁଃଖ ଶୁଣିଛନ୍ତି । ଗାଁର ଘରେ ଘରେ ବଲ୍‌ ଜଳିଛି, ସଂଧ୍ୟ୍ୟା ହେଲେ ଆଉ ଅନ୍ଧାରର ଭୟ ରହିବ ନାହିଁ । ଏନେଇ ବହୁତ ଖୁସି ଥିବା କହିଛନ୍ତି ଗାଁ ଲୋକେ । ଗାଁରେ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସହ ବିଦ୍ୟୁତ୍‌ ବିଭାଗର ଅଧିକାରୀ ପହଞ୍ଚି ଏହାର ଶୁଭାରମ୍ଭ କରିବା ସହ ୪୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ଉପକୃତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍‌ରୋତରେ ସାମିଲ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ହାତକୁ ନେଉଛନ୍ତି । ଆଦିବାସୀ ମାନେ ଏହି ମୌଳିକ ସୁବିଧା ପାଇବାପରେ ବିଭିନ୍ନ ସମସ୍ୟା ସମାଧାନ ହେବା ସହିତ ସେମାନେ ସମାଜର ମୁଖ୍ୟ ଧାରାରେ ସାମିଲ୍‌ ହୋଇପାରିବେ ।